ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଖରାର ପ୍ରକୋପ। ପ୍ରବଳ ଗରମରେ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ରବିବାର ଓଡ଼ିଶାର ୧୧ ସହର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ କିଛି ଦିନ ଆହୁରି ଗରମ ବଢ଼ିବ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ୪୨.୯ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ରହିଛି ।ସେହିପରି ଅନୁଗୁଳ ଓ ସୋନପୁର ତାପମାତ୍ରା ୪୨.୧ ଡିଗ୍ରୀ ଏବଂ ଝାରସୁଗୁଡ଼ା ୪୧.୪, ତାଳଚେର ଓ ସମ୍ବଲପୁର ୪୧ ଡିଗ୍ରୀ ରହିଛି । ସେହିପରି ହୀରାକୁଦ ୪୦.୫, ନୟାଗଡ଼ ୪୦.୪, ବଲାଙ୍ଗିର ୪୦.୨ ଡିଗ୍ରୀ, ଖୋର୍ଦ୍ଧା ଓ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରୀ । ଏହା ସହ ଭୁବନେଶ୍ବର ୩୭.୪, କଟକ ୩୭.୬ ଡିଗ୍ରୀ ରହିଛି। Post navigation CBSE Fee Reduction: ପୁନଃ ମୂଲ୍ୟାୟନ ଫି କମାଇଲା CBSE Nitin Nabin Arrives in Odisha: ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ