୨୦୨୫-୨୬ରେ ୧ ଲକ୍ଷ ୧୮ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ। ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭିନ୍ନ ବିଭାଗୀୟ ଅଫିସରେ ୧.୧୮ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ। ୬ ସପ୍ତାହ ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ । ସର୍ବାଧିକ ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କଟକର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଗୁଣାତ୍ମକ ଏବଂ ଗବେଷଣା-ମୁଖୀ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଇଣ୍ଟର୍ନସିପ୍ ଏବଂ ସାମୁଦାୟିକ ସେବା ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଏକ୍ସପୋଜର ପ୍ରଦାନ କରିବ ଏବଂ ସେମାନଙ୍କୁ ତୃଣମୂଳ ସ୍ତରୀୟ କାର୍ଯ୍ୟକାରିତା ଏବଂ ପ୍ରଶାସନିକ ପ୍ରକ୍ରିୟାଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିବ ।

ଏହା ସହ ସରକାରୀ ପ୍ରତିଷ୍ଠାନ, ଘରୋଇ ଶିଳ୍ପ ଏବଂ ଏନଜିଓଗୁଡ଼ିକରେ ଇଣ୍ଟର୍ନସିପ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ପାଠ୍ୟକ୍ରମର ବ୍ୟବହାରିକ ପ୍ରୟୋଗଗୁଡ଼ିକୁ ବୁଝିବାରେ ସକ୍ଷମ କରିବ, ଯାହା ସେମାନଙ୍କୁ ଭବିଷ୍ୟତରେ ନିଯୁକ୍ତି ଏବଂ ଉଦ୍ୟୋଗୀ ସୁଯୋଗରେ ସାହାଯ୍ୟ କରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ

Leave a Reply

Your email address will not be published. Required fields are marked *