୫ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରସ୍ତାବ ଦେଲେ ପାଇଲଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ଜୟପୁର

ରାଜସ୍ଥାନରେ ପୁଣି ଜଣେ ନୂଆ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ଚର୍ଚ୍ଚା ଯୋର ଧରିବା ଆରମ୍ଭ ହେଲାଣି । ସଚିନ ପାଇଲଟ ଏବେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସହ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି । ତେବେ ନୂଆ ଉପ ମୁଖ୍ୟମନ୍ତ୍ରୀ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇନାହାନ୍ତି । ତେବେ ଏହି ଚର୍ଚ୍ଚାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସଚିନ ପାଇଲଟ । ସେ କହିଛନ୍ତି ଯେ ଯଦି ରାଜ୍ୟର ଆଇନ ବ୍ୟବସ୍ଥା ସୁଧୁରିଯାଏ ଏବଂ କୃଷକଙ୍କ ଋଣ ମାପ ହୁଏ ତେବେ ଆମକୁ ୫ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବା ଦରକାର ।
ଗହଲୋତଙ୍କ ଏକ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେବେ ରାଜନୀତିିରେ ସବୁବେଳେ ସମ୍ଭାବନା ରହିଛି । ଏହା ଏକ ନୂଆ କଥା ନୁହେ: ପୂର୍ବରୁ ମଧ୍ୟ ଆମ ସରକାରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୦୩ ମସିହାରେ ମୁଖ୍ୟମନ୍ତ୍ରୀ ଗହଲୋତ ନିଜ କ୍ୟାବିନେଟ୍‌ରେ ବନୱାରୀ ଲାଲ ବେରବା ଏବଂ କମ୍‌ଲା ବେନିବାଲଙ୍କୁ ଉପ ମୁଖ୍ୟମନ୍ତ୍ରୀ ବନାଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ନେଇ ଚର୍ଚ୍ଚା ହେବାର କାରଣ ପଛରେ ରହିଛି ବସପାର ୬ ବିଧାୟକଙ୍କ କଂଗ୍ରେସରେ ସାମିଲ ହେବା । କିଛି ବିଧାୟକଙ୍କୁ ଥଇଥାନ କରିବା ଏବଂ କ୍ୟାବିନେଟ୍‌ରେ ସାମିଲ କରିବା ପାଇଁକ ମୁଖ୍ୟମନ୍ତ୍ରୀ ଯୋଜନା କରୁଛନ୍ତି । ହେଲେ ଏହି ଯୋଜନା ସମ୍ପର୍କରେ ଓ ଘଟଣାକ୍ରମ ସମ୍ପର୍କରେ ପାଇଲଟଙ୍କୁ ଦୂରରେ ରଖାଯାଇଛି । ଯେଉଁ କାରଣରୁ ଉପ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାକୁ ନେଇ ପାଇଲଟ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*