ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଂଜରୀ ସିଂହଦେଓ। ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା। ସେ କହିଛନ୍ତି ଯେ, ମୋ ନିର୍ଯାତନା ବିଷୟରେ ଜାଣି କିଭଳି ସେ ପରିବାରକୁ ଟିକେଟ ଦେଲେ ବୋଲି ପ୍ରସନ୍ନ କରିଛନ୍ତି ଅଦ୍ରିଜା। ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା କହିଛନ୍ତି,‘ମୋ ଉପରେ ସେ ପରିବାରର କରିଥିବା ଅତ୍ୟାଚାର କଥା ସେ ଜାଣିଛନ୍ତି,‘ସବୁ କଥା ଜାଣି କିଭଳି ସେ ପରିବାରର ଜଣକୁ ଟିକେଟ ଦେଲେ? ଯଦି ମୋତେ ନ୍ୟାୟ ମିଳୁନି, ରାଜ୍ୟରେ ଅନ୍ୟ ମହିଳାମାନଙ୍କ ଅବସ୍ଥା କଣ ଥିବ ତାହା ମୁଁ ବୁଝି ପାରୁଛି। ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି। ହେଲେ ଏହା କୌଣସି ରାଜନୈତିକ ରୁଚି ପାଇଁ ନୁହେଁ ମୋ ନ୍ୟାୟ ପାଇଁ ବୋଲି କହିଛନ୍ତି ଅଦ୍ରିଜା।

By Nirvay

Leave a Reply

Your email address will not be published. Required fields are marked *