‘ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଉପରେ ରାଗ ରଖନ୍ତୁ କିନ୍ତୁ ଶ୍ରମଜୀବୀଙ୍କ ଉପରେ ନୁହେଁ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାଗ ରଖନ୍ତୁ କିନ୍ତୁ ରାଜ୍ୟର ଶ୍ରମଜୀବୀଙ୍କ ଉପରେ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ , ଭାରତ ସରକାରଙ୍କ ଶ୍ରମ ବିଭାଗର ଅଧିକାରୀମାନେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାରେ ଓଡିଆ ହିତାଧିକାରୀଙ୍କୁ ସାମିଲ ମାମଲାରେ ଅସହଯୋଗ କରୁଛନ୍ତି । କେନ୍ଦ୍ର ଶ୍ରମ ବିଭାଗ ଅଧିକାରୀମାନେ ରାଜ୍ୟ ଶ୍ରମ ସଚିବ ଅନୁ ଗର୍ଗଙ୍କୁ ତାଲିକା ଦେବାରେ ସହଯୋଗ ମାଗିବା ବେଳେ ସରକାରଙ୍କ ଅନୁମତି ସେ ମାଗିଛନ୍ତି ବୋଲି କହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାରଙ୍କ ସହଯୋଗ ବିନା ଓଡିଶାର ୨ କୋଟି ଶ୍ରମଜୀବୀ କିପରି ଲାଭ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ତରଫରୁ ଶ୍ରମିକ ସମାଜ ପାଇଁ ତଥା ବିଶେଷତଃ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କୃଷି ଶ୍ରମିକ, ଆଶା ଦିଦି, ଅଙ୍ଗନବାଡି, ଠେଲା ବାଲା, ବାରିକ, ପେପର, ଖଣିରେ କାମ କରୁଥିବା ଲୋକ, ନିର୍ମାଣ ଶ୍ରମିକ, ରିକ୍ସା ଚାଳକଙ୍କ ଲାଭ ପାଇଁ ରାଜ୍ୟ୍ୟ ସରକାର ସହଯୋଗ କରନ୍ତୁ । ଶ୍ରୀ ପ୍ରଧାନ ମୁଖ୍ୟମବୀ ନବୀନ ପଟନାୟକଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଶ୍ରମୟୋଗୀ ଯୋଜନାରେ ଓଡିଶାର ୨କୋଟି ଲୋକ ଲାଭାର୍ଥୀ ହେବେ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାଗ ରଖିପାରନ୍ତି, କିନ୍ତୁ ଶ୍ରମ ବର୍ଗର ଲୋକଙ୍କ ଉପରେ ନୁହେଁ । ଏଥିରେ ରାଜ୍ୟ ସରକାର ବିରୋଧର ନୁହେଁ ସହଯୋଗର ହାତ ବଢାଇବା ଦରକାର । ଓଡିଶା ସରକାରଙ୍କ ଅସହଯୋଗ ପରେ ବି ଏପର୍ଯ୍ୟନ୍ତ ଓଡିଶାର ୩୦ ହଜାର ଲୋକ ଏଥିରେ ସାମିଲ ହେଲେଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*