ବାବୁସାନ୍‌ଙ୍କ ପ୍ରଥମ ଓଡ଼ିଆ ସିନେମାର ନାୟିକା ପାଇନାହାନ୍ତି ଦ୍ୱିତୀୟ ଥର ସାଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡର ସୁପରଷ୍ଟାର୍ ବାବୁସାନଙ୍କ ସହ ବିଗତ ଏଗାର ବର୍ଷ ମଧ୍ୟରେ ଅନେକ ନାୟିକା ନଜର ଆସିଛନ୍ତି । ଏମିତି ବି କିଛି ନାୟିକା ବାବୁସାନଙ୍କ ସହ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି । ଏମାନଙ୍କ ଭିତରୁ ଜଣେ ହେଲେ ବାବୁସାନ୍ଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ରୋମିଓ ଦ ଲଭର ବୟ’ର ନାୟିକା ଲଭଲି ।
ଓଲିଉଡର ଟପ୍ ହିରୋ ବାବୁସାନ୍ଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା’ ରୋମିଓ ଦ ଲଭର ବୟ’ । ବ୍ରଜରାଜ ମୁଭିଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିଦେ୍ର୍ଦଶନା ଦେଇଥିଲେ ହର ପଟ୍ଟନାୟକ । ୨୦୦୯ରେ ମୁକ୍ତି ଲାଭ କରିଥିବା ‘ରୋମିଓ ଦ ଲଭର ବୟ’ ପରେ ବାବୁସାନଙ୍କୁ ଦ୍ୱିତୀୟ ଥର ଲାଗି ନିଦେ୍ର୍ଦଶକ ହର ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳି ନାହିଁ । ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଲଭଲି । ଲଭଲିଙ୍କୁ ପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ପାଇ ନାହାନ୍ତି ।
ଏହା ଅବଶ୍ୟ ଭିନ୍ନ କଥା ଯେ ‘ରୋମିଓ ଦ ଲଭର ବୟ’ ପରେ ଲଭଲି ଅନୁଭବଙ୍କ ସହ ‘ଡନ୍’, ଅରିନ୍ଦମଙ୍କ ସହ ‘ମିତରେ ମିତ’ ଏବଂ ପପୁ ପମପମଙ୍କ ସହ ‘ଚଉକାଛକା’ରେ ନଜର ଆସିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*