ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶା ମୁହାଁ ହୋଇଥିବା ବେଳେ ସଧାରଣ ନିର୍ବାଚନ ପାଇଁ ସାମିଲ୍ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବିଜେପିର ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଯୋଗୀ ଆଦିତ୍ୟନାଥଙ୍କ ନାଁ ଥିବା ବେଳେ ଚଳିତବର୍ଷର ଶେଷ ନିର୍ବାଚନ ସମୟରେ ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରରେ ଶାସନ ଗାଦିରେ ଥିବା ବିଜେପି ଚଳିତବର୍ଷ ଓଡ଼ିଶାରେ ନିଜର କ୍ଷମତା ହାସଲ କରିବା ଲକ୍ଷ୍ୟରେ ରଖିଥିବା ବେଳେ ଚର୍ତୁଥ ପର୍ଯ୍ୟାୟରେ ପାଇଁ ନିଜର ପ୍ରାର୍ଥୀ ନିମନ୍ତେ ପ୍ରଚାରରେ ସାମିଲ୍ ହୋଇପାରନ୍ତି ଯୋଗୀ ଆଦିତ୍ୟନାଥ ।

ଜୁନ ୧ ତାରିଖରେ ଅର୍ଥାତ ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଫୋକସ୍  କେନ୍ଦ୍ରାପଡ଼ା ରହିଛି । ଚଳିତବର୍ଷ ନିର୍ବାଚନ ପୂର୍ବରୁ ଏହି ଲୋକସଭା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। କେନ୍ଦ୍ରାପଡ଼ା ରାଜନୀତିକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବିଗତ ଦିନରେ ବହୁ ହେଭିୱେଟ ନେତା ଏଠାରୁ ନିର୍ବାଚନ ଲଢି ରାଜ୍ୟ ରାଜନୀତିରେ ନିଜ ଆଧିପତ୍ୟ ଜାହିର କରିଛନ୍ତି । ଚଳିତବର୍ଷ କେନ୍ଦ୍ରାପଡ଼ାରେ ନିଜର ଗାଦି ରଖିବା ପାଇଁ ବଜେପିର ପ୍ରୟାସ ଚାଲିଥିବା ବେଳେ ନିଜର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର କରିବା ପାଇଁ ଓ ଭୋଟର୍କୁଂ ଆକୃଷ୍ଟ କରିବା ପାଇଁ ଓଡ଼ିଶା ଆସିପାରନ୍ତି ବିଜେପିର ହେବିୱେଟ୍ ନେତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

କେନ୍ଦ୍ରାପଡ଼ା ସହ ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ଯୋଗୀ ଆଦିତ୍ୟ ନାଥ ପ୍ରଚାର ମଙ୍ଗ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିଜର ଦମଦାର ଭାଷଣରେ ସିଧାସଳଖ ବିରୋଧୀମାନଙ୍କୁ ଟାର୍ଗେଟ କରିବାରେ ଯୋଗୀ ଆଦିତ୍ୟ ନାଥଙ୍କ ନିଆରା ଶୈଳୀ ବିଜେଡ଼ି ସରକାରଙ୍କ ଉପରେ କଣ ମନ୍ତବ୍ୟ ଦେବେ ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

ଏଥର କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କର ପ୍ରତିଦ୍ଵନ୍ଦ୍ଵିତା ହେବ। ଅଂଶୁମାନ କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୯ ମସିହା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର କଂଗ୍ରେସ ବିଧାୟକ ଥିଲେ ଅଂଶୁମାନ। ଏକଦା କେନ୍ଦ୍ରାପଡ଼ା ରାଜନୀତିକୁ ସର୍ବାଧିକ ଭାବେ ପ୍ରଭାବିତ କରିଥିବା ଟାଣୁଆ ନେତା ସ୍ଵର୍ଗତ ନଳିନୀ ମହାନ୍ତିଙ୍କ ପୁଅ ହେଉଛନ୍ତି ଅଂଶୁମାନ ମହାନ୍ତି। କେନ୍ଦ୍ରାପଡ଼ାରେ ତାଙ୍କର ବେଶ୍ ପ୍ରଭାବ ମଧ୍ୟ ରହିଛି।

ଏପଟେ ବିଜେପିରେ ଯୋଗଦେବା ପରଠାରୁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ସଫଳତା ହାସଲ ହୋଇପାରି ନାହିଁ। ଏଥର ନିର୍ବାଚନ ଫଳାଫଳ ତାଙ୍କ ପରବର୍ତ୍ତୀ ସ୍ଥିତି ସ୍ଥିର କରିବ। ଗତଥର ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏଥର ନିର୍ବାଚନ ଅଗ୍ନି ପରୀକ୍ଷା ସହ ସମାନ ହେବ। ଅଂଶୁମାନଙ୍କୁ ମଧ୍ୟ ଏହି ନିର୍ବାଚନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଏଥର ପୁଣି ବିଜେଡି ହାତରେ ରହିବ ନା ବାଜି ମାରିବ ବିଜେପି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *