ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ପଡ଼ିବ ଭୋଟ୍। ୫ ଲୋକସଭା ଆସନ ପାଇଁ ମୈଦାନରେ ୪୦ ପ୍ରାର୍ଥୀ। ୩୫ ବିଧାନସଭା ଆସନ ପାଇଁ ଦୌଡ଼ରେ ଅଛନ୍ତି ୨୬୫ ପ୍ରାର୍ଥୀ। ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଓ ବଲାଙ୍ଗିରରେ ହେବ ଭୋଟ୍।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ଟି ଆସନ ହିଞ୍ଜିିଳି ଓ କଣ୍ଟାବାଞ୍ଜିରେ ଆସନ୍ତାକାଲି ଭୋଟ ପଡିବାକୁ ଯାଉଛି । ଏହି ଦୁଇଟି ଆସନ ଉପରେ ସମସ୍ତଙ୍କ ନଜର ରହିଛି।ଗତକାଲିଠୁ ବିଭିନ୍ନ ବୁଥକୁ ଇଭିଏମ, ଭିଭିପାଟ ଧରି ମତଦାନ କେନ୍ଦ୍ରକୁ ଯାଉଛନ୍ତି ପୋଲିଂ ଅଧିକାରୀ । ଶୃଙ୍ଖଳାର ସହ ମତଦାନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *