ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅଧିକାଂଶ ସ୍ଥାନରେ ହିଂସା ଏବଂ ବିଶୃଙ୍ଖଳା ଅଭିଯୋଗକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି । ଦଳ ଦାବି କରିଛି ଲୋଇସିଂହା ୧୦୮ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଏକାଧିକ ବୟସ୍କ ଭୋଟରଙ୍କୁ ଧରି ବିଜେଡିରେ ଭୋଟ୍ ଦେବାକୁ ବାଧ୍ୟ କରିଥିଥିଲେ । ତାହାର ଏକ ଭାଇରାଲ ଭିଡ଼ିଓକୁ ମଧ୍ୟ ସିଇଓଙ୍କୁ ବିଜେପି ଦେଇଥିବାର ସୂଚନା ।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବୁଥ ନମ୍ବର ୨୮, ୨୬ ଏବଂ ୨୯ରେ ଦିନ ୨ଟାରୁ ଭୋଟ ବନ୍ଦ କରାଯାଇଥିଲା । କହ୍ନେଇ ଡାଙ୍ଗ ନାମକ ଜଣେ ସରକାରୀ ଅଧିକାରୀ ଭୋଟରଙ୍କୁ ଭିତରକୁ ଯିବା ସମୟରେ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲା ବିଜେପି ।

 

Leave a Reply

Your email address will not be published. Required fields are marked *