ତାମିଲନାଡୁ ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ । ଆସନ୍ତାକାଲି ଦିନ ୧୧ଟାରେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ । ବହୁମତ ପାଇଁ ଆବଶ୍ୟକ ୧୧୮ ବିଧାୟକଙ୍କ ସମର୍ଥନ ହାସଲ ପରେ ଆଜି ବିଜୟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ସେ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରି ସରକାର ଗଠନ ନେଇ ଦାବି ଜଣାଇଛନ୍ତି । ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଆସନ୍ତାକାଲି ଦିନ ୧୧ଟାରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କଂଗ୍ରେସ, CPI, CPM ଓ VCK ସମର୍ଥନରେ ବିଜୟଙ୍କ ମେଣ୍ଟ ୧୧୮ ମ୍ୟାଜିକ୍ ନମ୍ବର ଛୁଇଁବା ପରେ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ସଫା ହୋଇଥିଲା । Post navigation Suvendu Adhikari BJP’s First Bengal CM: बंगाल में नया अध्याय: सुवेंदु अधिकारी होंगे भाजपा के पहले मुख्यमंत्री Man beaten to Death in Bhubaneswar: ବାଲିଅନ୍ତା ପରେ ବାଲିପାଟଣାରେ ସମାନ ଘଟଣା, ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ