ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ରେ ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ବାଲିପାଟଣା ଥାନା ଅଞ୍ଚଳରେ ସମାନ ଘଟଣା ଘଟିଛି। ସାଙ୍ଗ ହାତରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅଥାନ୍ତର ଗ୍ରାମର ରାକେଶ ଦାସ । ମିଳିଥିବା ସୂଚନା ଅନୁଯାୟୀ, ଋଣ ଟଙ୍କାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଜଣକ ଲୁହା ରଡ୍ରେ ଯୁବକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। Post navigation Vijay to take Oath as Tamil Nadu CM: ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ Cyclonic circulation over Andaman Sea: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ