Cyclonic circulation forms over South Andaman Sea
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି । IMDର ରିପୋର୍ଟ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ପ୍ରାୟ ଦେଢ଼ କିମି ଉଚ୍ଚ ପର୍ଯ୍ୟନ୍ତ ବ୍ୟାପି ରହିଛି । ବର୍ତମାନର ପାଗ ପରିସ୍ଥିତି ଅନୁକୂଳ ରହିଥିବାରୁ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।
 
ପାଣିପାଗ ବିଭାଗ ଆକଳନ କରିଛି ଯେ ଘୂର୍ଣ୍ଣିବଳୟଟି ଧୀରେ ଧୀରେ ଘନୀଭୂତ ହୋଇ ୧୨ କିମ୍ବା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ହେଲେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ପରବର୍ତୀ ସୂଚନା ଜାରି କରାଯିବ ।
 
ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି ।

By Nirvay

Leave a Reply

Your email address will not be published. Required fields are marked *