ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଖାଦ୍ୟ ଯୋଗାଣ ଅଧିକାରୀ (CSO) ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଏକକାଳୀନ ଭାବେ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୁବର୍ଣ୍ଣପୁର ସ୍ଥିତ ଭଡ଼ା ଘର ଓ ଅଫିସ ସମେତ ବଲାଙ୍ଗୀର ତୁଳସୀ ନଗରସ୍ଥିତ ଘର, ବରଗଡ ବିଜେପୁରସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସେନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନସ୍ଥିତ ଭଡ଼ାଘରରେ ଚଢାଉ ଚାଲିଛି। ଏହି ଚଢ଼ାଉ କାର୍ଯ୍ୟରେ ଦୁଇ ଜଣ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି। ତେବେ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତି ଅଧିକାରୀଙ୍କ ପାଖରେ ରହିଛି ସେ ସମ୍ପର୍କରେ ତଥ୍ୟ ମିଳିନାହିଁ। ଚଢ଼ାଉ ଶେଷ ହେଲେ ସବିଶେଷ ତଥ୍ୟ ଉନ୍ମୋଚନ କରିବ ଭିଜିଲାନ୍ସ ବିଭାଗ। Post navigation ହାଇଟେକ୍ ମେଡ଼ିକାଲର ପ୍ରଚାର କରୁଛନ୍ତି ପଦ୍ମମନ୍ତ୍ରୀ ! ଅଡୁଆରେ ବୈକୁଣ୍ଠ ଧାମ ଆଶ୍ରମ: କୁନି ବାବାଙ୍କର ଡାଏରୀରେ ରହିଛି ନିତ୍ୟ କାର୍ଯ୍ୟକ୍ରମ ଓ ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ