ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ଠକେଇ ଘଟଣାରେ ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। R&B ଡିଭିଜନ୍-୧ ଅଧୀନରେ କାର୍ଯ୍ୟରତ ଆଉ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଭୁବନେଶ୍ୱର SE ଅଫିସରେ କାର୍ଯ୍ୟରତ ୨ ଜଣ ଡାଟା ଏଣ୍ଟ୍ରି ଅପରେଟର ଏବଂ ୨ ଜଣ ପିଅନ ସାମିଲ ଅଛନ୍ତି। ଗିରଫ DEO ଦ୍ୱୟ ହେଉଛନ୍ତି ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ର। ସେହିପରି ଗିରଫ ପିଅନ ଦ୍ୱୟ ହେଉଛନ୍ତି ଦୀପକ ରାଉତରାୟ ଓ ଲକ୍ଷ୍ମଣ ବିଶ୍ୱାଳ। ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ମାମଲାରେ ପୂର୍ବରୁ ସେକ୍ସନ ଅଫିସର ବନଲତା ମହାନ୍ତି ଏବଂ ଜୁନିଅର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା ୪ ଜଣ କର୍ମଚାରୀ ପୂର୍ବରୁ ଗିରଫ ବନଲତା ଓ ବିଭୁଦତ୍ତଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହି ବଡ଼ଧରଣର ଆର୍ଥିକ ଅନିୟମିତତା ଘଟଣାରେ ଆଗକୁ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। Post navigation CM Majhi Reviews Flood Situation in Odisha: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ଗସ୍ତ: ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ No Meeting Day on Mondays: ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର