ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏବେ ଆଧାର କାର୍ଡ ଭଳି ଚାଷୀଙ୍କୁ ବି ମିଳିବ ଏକ ସ୍ୱତନ୍ତ୍ର ପରିଚୟ ପତ୍ର। ଏଥିସହିତ ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ‘ଏଗ୍ରିଷ୍ଟାକ୍ ଆଇଡି’ (Agristack ID) ପ୍ରସ୍ତୁତ କରାଯିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଚାଷୀ ସମବାୟ ସଂସ୍ଥା ଆସି ନ ପାରିଲେ ସରକାର ଚାଷୀଙ୍କ ପାଖକୁ ଯିବ। ଯେଉଁମାନେ ରାଜ୍ୟରେ ନଥିବେ ସେମାନଙ୍କ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିସି ଜରିଆରେ ସେମାନଙ୍କର ପଞ୍ଜୀକରଣ ହୋଇପାରିବ। ୩୧ ତାରିଖ ଯାଏଁ ପଞ୍ଜୀକରଣ ହେବ, ଆବଶ୍ୟକ ହେଲେ ଅବଧି ବଢ଼ିବ। Post navigation Odisha CM Distributes Appointment Letters To 1326 New Recruits At Nijukti Mela Shed collapses at Raurkela Railway Station: ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନୂଆ ନିର୍ମାଣ ହୋଇଥିବା ସେଡ୍