ରାଉଲକେଲା ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନର ମୁଖ୍ୟ ଫାଟକ ପ୍ରବେଶ ଦ୍ୱାର ନିକଟରେ ଥିବା ନିର୍ମାଣଧୀନ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଫଳରେ ସେଠାରେ ଥିବା ୨ଟି କାର୍ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଖରା ଓ ବର୍ଷାରୁ ଯାତ୍ରୀ ଏବଂ ଗାଡ଼ିଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ମାତ୍ର କିଛି ମାସ ପୂର୍ବରୁ ଏହି ଶେଡ୍ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣର ମାତ୍ର କିଛି ମାସ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିବା ନିର୍ମାଣ କାର୍ଯ୍ୟର ମାନ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। Post navigation Farmer Registration in Odisha: ରାଜ୍ୟ ବାହାରେ ଥିଲେ ଭିସିରେ ହୋଇପାରିବ ଚାଷୀଙ୍କ ପଞ୍ଜୀକରଣ: ରାଜସ୍ବ ମନ୍ତ୍ରୀ