ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ । ମୁଖ୍ୟମନ୍ତ୍ରୀ ପୁଷ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲକୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆଗତ କରିଛନ୍ତି । ବିଲ ଉପସ୍ଥାପନ ସମୟରେ ବନ୍ଦେ ମାଆ ତରମ ଓ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ଗୃହ । ଉପସ୍ଥିତ ସମସ୍ତ ବିଧାୟକ ଏପରି ସ୍ଲୋଗାନ ଦେଇଥିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ନାଗରିକ ସଂହିତା (UCC) । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲକୁ ଉପସ୍ଥାପନ କରିଛନ୍ତି । ସୋମବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଚାରି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଏହି ବିଲ୍ ଆଗତ ହୋଇଛି ।

ଏହି ବିଲ୍ ପାସ୍ ହେଲେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶ ପ୍ରଥମ ରାଜ୍ୟ ହେବ । ଏହା ଦ୍ବାରା ଧର୍ମନିର୍ବିଶେଷରେ ବିବାହ, ଛାଡପତ୍ର, ଜମିଜମା, ସମ୍ପତ୍ତି, ଉତ୍ତରାଧିକାରୀତ୍ବ କ୍ଷେତ୍ରରେ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ମିଳିବ ।

ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ପରେ ଗୃହକୁ ଦ୍ବିପ୍ରହର ୨ଟା ଯାଏଁ ମୁଲତବୀ ରଖାଯାଇଛି । ଗତ ରବିବାର ଏକକ ନାଗରିକ ସଂହିତା ବିଲକୁ ଧାମୀ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା ।

ଏକକ ନାଗରିକ ସଂହିତା ବିଲକୁ ନେଇ ବିଧାନସଭାରେ ନାରାବାଜୀ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିସ୍ ରାଓ୍ବତ୍ କହିଛନ୍ତି, ଦେବଭୂମିରେ ରାଜାନୀତି ପାଇଁ ୟୁସିସିକୁ ବ୍ୟବହାର କରାଯାଉଛି । ବିଲ୍‌ର ଡ୍ରାଫ୍ଟ କପି ବିରୋଧଙ୍କୁ ଦିଆଯାଇନାହଁ ବୋଲି ସେ କହିଛନ୍ତି । ଚିଠା କପି ବିନା କ’ଣ ଅଲୋଚନା ବୋଲି ପ୍ରଶ୍ନ କରିଛନ୍ତି ହରିସ୍ ରାଓ୍ବତ୍ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *