ଝାଡଖଣ୍ଡ: ଆଜି ଝାଡଖଣ୍ଡରେ ଅସ୍ଥା ଭୋଟ୍‌ (ଟ୍ରଷ୍ଟ୍‌ ଭୋଟ୍‌)ହୋଇଯାଇଛି। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବା ସୂଚନା ରହିଛି। ସେହିପରି ବିରୋଧୀ ଦଳକୁ ମିଳିଛି ମାତ୍ର ୨୯ଟି ଭୋଟ୍‌।

ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କୋର୍ଟ ନିର୍ଦ୍ଦେଶରେ ଇଡି ରିମାଣ୍ଡରୁ ଆସି ଆସ୍ଥା ଭୋଟରେ ଯୋଗଦାନ କରିଥିଲେ ଓ ବିଜେପି, ଇଡି ଉପରେ ବର୍ଷିଥିଲେ ।

ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷନ୍‌ ଚମ୍ପଇ ସୋରେନଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଝାଡଖଣ୍ଡ ବିଧାନସଭାରେ ହୋହଲ୍ଲାର ସହ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଚମ୍ପଇ ସୋ‌ରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ପୁଣି କାର୍ଯ୍ୟ ଆରମ୍ଭ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *