ନୂଆଦିଲ୍ଲୀ: ବିଜେପିର ଲହର ସାରା ଦେଶରେ ରହିଛି। ମୋଦୀ ମୋଦୀ ନାରା ଚାରିଆଡେ ଶୁଣିବାକୁ ମିଳିଛି। ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବଢ଼ିପାରେ ବିଜେପିର ଦବଦବା । ରାଜ୍ୟରେ ୨୧ଟି ଲୋକସଭା ସିଟରୁ ୧୦ଟି ସିଟ୍ ହାତେଇପାରେ ବିଜେପି।

ସେହିଭଳି ଓଡ଼ିଶାକୁ ଛାଡି ବିଜେପିର ଲହର ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି। ସର୍ଭେ ଅନୁସାରେ ସାରା ଦେଶରେ ବିଜେପି ୩୦୪ଟି ସିଟରେ ବିଜୟ ଲାଭ କରିବ। ସେହିପରି ଏନଡିଏ ୩୩୫ଟି ସିଟ ହାସଲ କରିବ। କଂଗ୍ରେସ ୭୧ଟି ଆସନ ତଥା ଇଣ୍ଡିଆ ମେଣ୍ଟ ୧୬୬ ଓ ଅନ୍ୟାନ୍ୟ ୪୨ଟି ଆସନ ପାଇବେ ବୋଲି ଆକଳନ କରାଯାଇଛି ।

ଓଡ଼ିଶାରେ ୨୦୧୯ ଲୋକସଭା ନିର୍ବାଚନ ସ୍କୋରକୁ ଦେଖିଲେ ପୂର୍ବଥରକ ବିଜେପି ୮ଟି ସିଟରେ ଜିତିଥିଲା ।  କିନ୍ତୁ ଏବର୍ଷ ଆକଳନ କରାଯାଉଛି ଯେ ବିଜେପି ୧୦ ଟି ସିଟରେ ଆଗୁଆ ଅଛି। ସେହିଭଳି କଂଗ୍ରେସ ଗୋଟିଏ ବି ସିଟ ଜିତିପାରିବନି ବୋଲି ସର୍ଭେ କହିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *