ରାଉରକେଲା : ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ। ୧୧ ଜଣଙ୍କୁ ଗିରଫ କରିବା ସହିତ ଏମାନଙ୍କ ନିକଟରୁ ୩ କେଜି ଓଜର ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ରାଜ୍ୟରେ ହାତୀଙ୍କୁ ଆକ୍ରମଣ କରି ସେମାନଙ୍କର ଦାନ୍ତକୁ ଚୋରା ଚାଲାଣ କରାଯାଉଛି। ବେଆଇନ ଭାବରେ ବିକ୍ରି କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ହାତୀ ଦାନ୍ତ ପଠାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଦୁର୍ବୃକ୍ତ।
ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ କହିଛନ୍ତି ,ଗତକାଲି ମଧ୍ୟ ରାତିରେ ବେଆଇନ ଭାବରେ ହାତୀ ଦାନ୍ତ ଡ଼ିଲ କରାଯାଉଥିବା ବେଳେ ମାଡ଼ିବସି ଥିଲା ବନ ବିଭାଗ। ରାଉରକେଲା ଏବଂ ବାଙ୍କି ଡିଭିଜନର ବନ ଅଧିକାରୀ ସୂଚନା ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ତେବେ ଚଢ଼ାଉ ବେଳେ ଦୁଇଟି ହାତୀ ଦାନ୍ତ ଏବଂ ୧୨ଟି ମୋବାଇଲ ଫୋନ ଜବତ କରିବା ସହ ୧୧ ଜଣଙ୍କୁ ଗିରଫ କରାଯାଇଛି। ତେବେ ହାତୀ ଦାନ୍ତ ୨୨ଏବଂ ୨୪ ଇଞ୍ଚର ହେବ ବୋଲି ସୂଚନା ମିଳିଛି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ପାତ୍ରଙ୍କ ଜବତ ମୋବାଇଲରେ ହାତୀଦାନ୍ତ, ବଜ୍ରକାପ୍ତାଙ୍କ ସହ ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ରହିଛି। ଏଣୁ ଦୁଷ୍ମନ୍ତ ଏମିତି କାରବାର ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୁନ୍ଦରଗଡ଼ ଜିଲ୍ଲାରେ କେବଳ ହାତୀଦାନ୍ତ ନୁହେଁ, ଶୁଆ ଶାବକ, ବଜ୍ରକପ୍ତା, ଏଣ୍ଡୁଅ ଆଦି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ବିଗତ ଦିନରେ ରାଉରକେଲା ବନଖଣ୍ଡ ସ୍ବତନ୍ତ୍ରଟିମ୍‌ ଶୁଆ ଶାବକ, ବଜ୍ରକପ୍ତା ଓ ଏଣ୍ଡୁଅ ଜବତ କରିଛି।

By SonaliP

Leave a Reply

Your email address will not be published. Required fields are marked *