ଚଳିତବର୍ଷ ନିର୍ବାଚନରେ ଓଡ଼ିଶାରେ ନିଜର ସରକାର ବନେଇବା ପାଇ ଓଡ଼ିଶା ଆସୁଛନ୍ତି ଘନଘନ ବିଜେପିର କେନ୍ଦ୍ରରେ ଥିବା ହେବିୱେଟ୍ ନେତା । ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି ।
ପାରାଦୀପର କୁଜଙ୍ଗଠାରେ ସ୍ମୃତି ଇରାନୀଙ୍କ ପ୍ରଥମ ସଭା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ରହିଛି ସ୍ମୃତି ଇରାନୀଙ୍କ ୨ୟ ସଭା । ଆଳି ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅସନ୍ତା ୨୫ ତାରିଖ (ଶନିବାର) ସକାଳ ୯ଟାରେ ଆସିବାର କାର୍ଯ୍ୟକ୍ରମ ରହି ବୋଲି ଭାଜପା ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ କହିଛନ୍ତି। ଏହି ନେଇ ଭାଜପା ପ୍ରାର୍ଥୀ ସ୍ବାଇଁ, ଗୋପୀଆକୁଦ ସରପଞ୍ଚ ଶ୍ରୀନବାସ ସ୍ବାଇଁ, ତପନ ତ୍ରିପାଠୀ ଓ ସ୍ଥାନୀୟ ସଙ୍ଗଠକମାନେ କୁଜଙ୍ଗ ବ୍ଲକ ପଡ଼ିଆର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପ୍ରସ୍ତୁତି କରିଥିବା ସୂଚନା ମିଳିଛି।

ସ୍ମୃତିଙ୍କୁ ସ୍ବାଗତ କରିବା ଓ ତାଙ୍କ ଶୋଭାଯାତ୍ରାକୁ ଅଧିକ ପ୍ରଭାବି କରିବାକୁ ଭାଜପା ମହିଳା ନେତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀଙ୍କ ସହ ବହୁ ମହିଳା ନେତ୍ରୀ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି।

Leave a Reply

Your email address will not be published. Required fields are marked *