ନକ୍ସଲ ସ୍ଥିତି ବାବଦରେ ବିଏସ୍ଏଫ୍ ଆଇଜି ଚାରୁ ଧ୍ବଜ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ । ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ । ବାକି ସବୁ ଓଡ଼ିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡରର । ଓଡ଼ିଶାରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ କ୍ୟାଡରର ମାଓବାଦୀ । ଓଡ଼ିଶାରେ ସଂଗଠନର ନେତୃତ୍ବ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର ନକ୍ସଲ। ଦେଶରେ ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି । ଏଥିରୁ ମାଲକାନଗିରି, କୋରାପୁଟ, କନ୍ଧମାଳ ସମେତ ଓଡ଼ିଶାରେ ୭ଟି ଜିଲ୍ଲା ସାମିଲ ରହିଛି । ଏହା ସହ ବିଏସ୍ଏଫ୍ ଆଇଜି ଆଉ ମଧ୍ୟ କହିଛନ୍ତି ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାକୁ ନକ୍ସଲ ମୁକ୍ତ କରିବାକୁ ଉଦ୍ୟମ ଚାଲିଛି । Post navigation ସେନା ଦିବସ ପାଇଁ ପୁରୀ ବେଳାଭୂମିରେ କଟକଣା; ୪ରେ ସମୁଦ୍ର ସ୍ନାନ ଉପରେ ଲାଗିଲା ରୋକ୍ ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ