ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏହି ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଏହା ସହ ନୌସେନା ଦିବସ ପାଳନ ନିମନ୍ତେ ଆସନ୍ତା ୪ରେ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ରରେ କେହି ବି ସ୍ନାନ କରିପାରିବେନାହିଁ । ସୁରକ୍ଷା ପାଇଁ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । ଏନେଇ ଲାଇଫ ଗାର୍ଡ ଓ ପୋଲିସ ସମୁଦ୍ର ଉପରେ ତୀକ୍ଷ୍ମ ନଜର ରଖିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ।

ଏହା ସହ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀମାନେ ମୁତୟନ ରହିବେ ।

 

Leave a Reply

Your email address will not be published. Required fields are marked *