Koraput’s Saheed Laxman Nayak Medical College gets 25 additional MBBS Seats
କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୫ଟି ଏମ୍‌ବିବିଏସ୍ ସିଟ୍ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ କଲେଜରେ ବାର୍ଷିକ ଏମ୍‌ବିବିଏସ୍ ନାମଲେଖା ସଂଖ୍ୟା ୧୨୫ରୁ ବୃଦ୍ଧି ପାଇ ୧୫୦ରେ ପହଞ୍ଚିବ ।
 
୨୦୨୭-୨୮ ଶିକ୍ଷାବର୍ଷରୁ ଏହି ନୂତନ ସିଟ୍ ବ୍ୟବସ୍ଥା ଲାଗୁ ହେବ । ଏନେଇ ୨୯ ଅକ୍ଟୋବର ୨୦୨୬ରେ ଜାରି ହୋଇଥିବା ସରକାରୀ ଆଦେଶରେ ଏନ୍‌ଏମ୍‌ସିକୁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ସିଟ୍ ବୃଦ୍ଧି ସମସ୍ତ ପ୍ରଚଳିତ ନିୟମ ଓ ନିୟାମକ ସର୍ତ୍ତ ପାଳନ ଉପରେ ନିର୍ଭର କରିବ ।
 
ମେଡିକାଲ କଲେଜ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ, ଦସ୍ତାବିଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ବିଚାର କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
 
ଏହା ଫଳରେ ଚିକିତ୍ସା ଶିକ୍ଷାର ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ଡାକ୍ତରୀ ଶିକ୍ଷାର ପରିସର ବୃଦ୍ଧି ସହ ଭବିଷ୍ୟତରେ ଅଧିକ ଡାକ୍ତର ସୃଷ୍ଟି କରିବା ଦିଗରେ ଏହା ସହାୟକ ହେବ ଏବଂ ଅଧିକ ମେଧାବୀ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇବେ ।

By Nirvay

Leave a Reply

Your email address will not be published. Required fields are marked *