ଆଜି ବିଧାନସଭା ଗୃହରେ ଉଠିଲା ତମାଖୁ, ଗୁଟ୍‌ଖା ପ୍ରସଙ୍ଗ । ରାଜ୍ୟରେ ଗୁଟ୍‍ଖା ଓ ପାନମସଲା ଉପରେ କଟକଣା ଲାଗିଥିଲେ ମଧ୍ୟ ଦିନକୁ ଦିନ ରାଜ୍ୟରେ ବଢୁଛି ପାନ ମସଲା, ଗୁଟ୍‌ଖା, ତମାଖୁ ବେପାର । ଆଜି ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୧୦ ବର୍ଷରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି । କ୍ରମାଗତ ଭାବେ ବଢ଼ୁଛି ଗୁଟ୍‌ଖା, ତମାଖୁ ଟିକସ ଆୟ। କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ । ୧୬ଟି ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନ ମସଲା, ଗୁଟ୍‌ଖା, ତମାଖୁ ।

Leave a Reply

Your email address will not be published. Required fields are marked *