ରାଜଧାନୀରେ ଲଜ୍ଜା। ଘରୁ ଚୋରି କରିବାକୁ ଆସିଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରବୀବର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ଏହି ମହିଳାଙ୍କ ଘରେ ପଶିଥିଲେ। ସେତେବେଳେ ମହିଳା ଜଣଙ୍କ ଝିଅ ସହିତ ଘରେ ଶୋଇଥିବା ବେଳେ ଘରେ ଆଉ କେହି ନଥିଲେ। ଏହାର ସୁଯୋଗ ନେଇ ଦୁବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ଏ ନେଇ ପୀଡିତା ମହିଳା ଜଣଙ୍କ ଘଟଣା ସଂପର୍କରେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ଏ ନେଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଦୁବୃତ୍ତଙ୍କ ରାଜ ବଢିଚାଲିଛି। ଏସବୁ ଭିତରେ ବିଶେଷକରି ମହିଳାଙ୍କୁ ନ୍ୟାୟ ଦେବା ଜରୁରୀ ହୋଇପଡିଛି।

Leave a Reply

Your email address will not be published. Required fields are marked *