He was found at the crime scene

ଗଞ୍ଜାମ : ଟୁନା ଦାସ ହତ୍ୟା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ହାଉସିଂବୋର୍ଡ ଟୁନା ଦାସ ହତ୍ୟା ଘଟଣାରେ ପୁଲିସ ଆଜି ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବଡ଼ ବଜାର ଲେପୋର୍ସି କଲୋନୀର ଆର ମୋହନ ରାଓ, ଆର.ରବି ରାଓ, ନିମଖଣ୍ଡିର ପପୁନ ନାୟକ, ଲକ୍ଷ୍ମୀ ନୃସିଂହ ସାହିର ବଂଶୀଧର ସାହୁ, ଓ ହାଉସିଂ ବୋର୍ଡର ସୁରଜ୍ କୁମାର। ଅଭିଯୁକ୍ତଙ୍କ ଠାରୁ ପୁଲିସ ୪ଟି ଖଣ୍ଡା ଜବତ କରିଛି।

ସୂଚନା ଅନୁସାରେ,ଟୁନା ଓ ମୋହନଙ୍କ ଭିତରେ ପୂର୍ବରୁ ଶତ୍ରୁତା ରହିଥିଲା। କିଛି ଦିନ ପୂର୍ବେ ମୋହନଙ୍କ ଘରକୁ ଯାଇ ଟୁନା ଧମକ ଚମକ୍ ଦେଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ମାମଲାରେ ଆପୋଷ ସମାଧାନ ହୋଇଥିଲା।ସିନ୍ତୁ ଏହି ଘଟଣାର କିଛିଦିନ ପରେ ମୋହନ ଯୋଜନାବଦ୍ଧା ଭାବେ ଟାଟୁ ଦୋକାନରେ ପଶି ଟୁନାକୁ ହତ୍ୟା କରିଥିଲା। ଘଟଣାରେ ୭ଜଣଙ୍କ ସଂପୃକ୍ତି ଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ବେଳେ, ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

By SonaliP

Leave a Reply

Your email address will not be published. Required fields are marked *