ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଜେଡି ନଗର ସଭାପତି ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳୁନି। ECIଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ଚଢ଼ାଉ ପାଇଁ ପହଞ୍ଚି ବେଳେ ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା ।

ନିର୍ବାଚନରେ ଖଗେଶ୍ୱର ଟଙ୍କା ବାଣ୍ଟୁ ଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଆୟକର ବିଭାଗ, ପୁଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଖଗେଶ୍ୱରଙ୍କୁ ପଚରାଉଚରା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ହେଲେ ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ଖଗେଶ୍ୱରଙ୍କ ବିଷୟରେ ଆୟକର ବିଭାଗ,ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଅନ୍ୟପକ୍ଷରେ ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର ମୋବାଇଲ୍ ମଧ୍ୟ ବନ୍ଦ ରହିଛି। ଖଗେଶ୍ୱର ଓ ତାଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳିନାହିଁ।

ରେଡ୍ ଭୟରେ ଖଗେଶ୍ୱର ଓ ତାଙ୍କ ପରିବାର କୁଆଡେ ପଳାଇଛନ୍ତି ବୋଲି ସନ୍ଦେହ କରାଯାଉଛି । ଏହା ପଛରେ ଆଉ କିଛି କାରଣ ରହିଛି କି ତାହା ଜଣାପଡ଼ିନାହିଁ। ଖଗେଶ୍ୱରଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ପୋଖରିଆପଡ଼ା ଘର ବାହାରେ ଗତକାଲିଠୁ ଆୟକର ବିଭାଗ, ପୁଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍ ଜଗି ରହିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *