କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରୁ ମିଶନଶକ୍ତି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଛି । ରେମୁଣା ବ୍ଲକ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ପରେ ଘଟଣାସ୍ଥଳରେ ଫ୍ଲାଇଂ ସ୍କ୍ବାଡ୍ ପହଞ୍ଚିବା ପୁର୍ବରୁ ୩ ମିଶନଶକ୍ତି ମହିଳା ଚମ୍ପଟ ମାରିଥିବା ସୂଚନା ମିଳିଛି।

ସୁଚନା ଅନୁସାରେ,  ନିର୍ବାଚନ ପାଇଁ ରେମୁଣା ଅଞ୍ଚଳରେ ମିଶନଶକ୍ତି ମହିଳାମାନେ ଟଙ୍କା ବାଣ୍ଟୁଥିବା ଖବର ପାଇ ବିଜେପି ବିଧାୟକ ପ୍ରାର୍ଥୀ ଫ୍ଲାଇଂ ସ୍କ୍ବାଡ୍ କୁ ଅଭିଯୋଗ କରିଥିଲେ  । ତାଙ୍କ ଅଭିଯୋଗରେରେ ଘଟଣାସ୍ଥଳରେ ରେଡ୍ ମାରିଥିଲେ ଫ୍ଲାଇଂ ସ୍କ୍ବାଡ୍ । ଏହି ସମୟରେ ଘଟଣାସ୍ଥଳରୁ ୩ ମିଶନଶକ୍ତି ମହିଳା ଚମ୍ପଟ ମାରିଛନ୍ତି।

ଘଟଣାସ୍ଥଳରୁ ଏକ କଳା ପଲିଥିନରୁ ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ୍ ଜବତ ହୋଇଛି । ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତର ନାଁ ବି ଲେଖା ଯାଇଛି। ଜବତ ନୋଟର ପରିମାଣ ମୋଟ୍ ୧ ଲକ୍ଷ ୧୮ ହଜାର ଟଙ୍କା ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *