ଭୁବନେଶ୍ୱର: ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ଦାବି କରୁଥିବା ବେଳେ ନିର୍ବାଚନୀ ଫାଇଦା ପାଇଁ ଟଙ୍କା ବାଣ୍ଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

 

ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ପଦ୍ଧତି ଅବଲମ୍ବନ କରିଛି । ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟନରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଖବର ଅତ୍ୟନ୍ତ ନିନ୍ଦନୀୟ । ନିଜକୁ ୧ ନମ୍ବର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନୀ ଫାଇଦା ପାଇବା ପାଇଁ ଏଭଳି ଅଗଣତାନ୍ତ୍ରିକ ଓ ଅନୈତିକ ଉପାୟ ଅବଲମ୍ବନ କରିବାକୁ ପଡ଼ୁଛି । ବିଜେଡିର ଅର୍ଥ ଓ ବାହୁବଳର ବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବା ସହ ବିଜେଡି ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଉପହାସ କରି ରଖିଛି ବୋଲି କହିଛନ୍ତି ।।

By SonaliP

Leave a Reply

Your email address will not be published. Required fields are marked *