ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି। ଏ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ ନବୀନଙ୍କୁ ଗ୍ରାଉଣ୍ଡକୁ ଯାଇ ବନ୍ୟାଞ୍ଚଳର ବାସ୍ତବ ସ୍ଥିତି ଓ ଲୋକଙ୍କ ଦୁଃଖ-ସୁଖ ବୁଝିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବନ୍ୟା ସମୟରେ ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସମସ୍ୟା ବୁଝିବା ଦରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଳି ସେ ମଧ୍ୟ ଗ୍ରାଉଣ୍ଡ ଜିରୋକୁ ଯାଇ ପ୍ରଭାବିତ ଲୋକଙ୍କ ସୁଖ-ଦୁଃଖର ସାଥୀ ହୁଅନ୍ତୁ। ଏଥି ସହିତ ବନ୍ୟା ପରିସ୍ଥିତି ସମୟରେ ସରକାର ଓ ବିରୋଧୀ – ଉଭୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୃହରେ ଏ ସମ୍ପର୍କରେ ଖୋଲାଖୋଲି ଆଲୋଚନା ହେଲେ ଅନେକ ନୂଆ ତଥ୍ୟ ପଦାକୁ ଆସିପାରିବ ଆମକୁ ଅନେକ ତଥ୍ୟ ମିଳିବ । ସେ ଆଉ ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକଙ୍କର ନିଜର ଚିନ୍ତା ଓ ପ୍ରଶ୍ନ ପ୍ରକାଶ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି, ମାତ୍ର କେଉଁ ସମୟରେ ଏବଂ କିଭଳି ଭାବରେ ପ୍ରସଙ୍ଗଗୁଡ଼ିକୁ ଉଠାଯାଉଛି, ସେ ନେଇ ସତର୍କତା ଓ ସଂଯମତା ଅବଲମ୍ବନ କରିବା ଉଚିତ। ରାଜସ୍ୱ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ନବୀନ ଜେନ୍ଜିଙ୍କ କଥା ବୁଝିଥିଲେ ରାଜ୍ୟରେ ସମସ୍ୟା ନଥାଆନ୍ତା । ସରକାର ଜେନ୍ଜିଙ୍କ ପାଇଁ କାମ କରୁଛନ୍ତି । ବିଜେପି ସରକାର ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସେବା ଓ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛି। Post navigation Tobacco Revenue Soars in Odisha: ତମାଖୁରୁ ରାଜକୋଷକୁ କୋଟି କୋଟି ଟଙ୍କାର ରାଜସ୍ୱ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ BJP MPs Respond to Opposition: ଏମଏମଡିଆର ସଂଶୋଧନ ବିଲ୍କୁ ନେଇ ବିରୋଧୀଙ୍କୁ ବିଜେପି ସାଂସଦଙ୍କ ଜବାବ