ରାଜ୍ୟ ରାଜକୋଷକୁ ତମାଖୁ ସେବନ ଓ ଏହାର କାରୋବାରରୁ ବିପୁଳ ପରିମାଣର ଆୟ ହେଉଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଏ ନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ତମାଖୁ ଓ ପାନ ମସଲା ଦ୍ରବ୍ୟରୁ ରାଜ୍ୟ ସରକାର ମୋଟ ୭ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କାର ଟିକସ ଆଦାୟ କରିଛନ୍ତି। ଏହି ସମୟ ମଧ୍ୟର ଓଡ଼ିଶାକୁ ବିଭିନ୍ନ ପଡ଼ୋଶୀ ତଥା ଅନ୍ୟାନ୍ୟ ରାଜ୍ୟରୁ ପ୍ରଚୁର ପରିମାଣରେ ପାନ ମସଲା, ଗୁଟଖା ଓ ସିଗାରେଟ ଆମଦାନୀ ହେଉଛି। ମିଳିଥିବା ସୂଚନା ମୁତାବକ, ଗତ ୧୦ ବର୍ଷ ମଧ୍ୟରେ ୧୯ଟି ବିଭିନ୍ନ ରାଜ୍ୟରୁ ମୋଟ ୧୧ ହଜାର ୨୦୫ କୋଟି ୬୨ ଲକ୍ଷ ଟଙ୍କାର ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଓଡ଼ିଶାକୁ ଆସିଛି। ଏହି ବ୍ୟବସାୟରେ ପଶ୍ଚିମବଙ୍ଗ ସବୁଠାରୁ ଆଗରେ ରହିଛି। କେବଳ ପଶ୍ଚିମବଙ୍ଗରୁ ହିଁ ସର୍ବାଧିକ ୬୬୮ କୋଟି ଟଙ୍କାର ଗୁଟଖା ଓ ପାନ ମସଲା ଓଡ଼ିଶା ମାର୍କେଟକୁ ପଠାଯାଇଛି। ସେହିପରି ଦେଶ ବାହାରୁ ଅର୍ଥାତ୍ ବିଦେଶରୁ ମଧ୍ୟ ପ୍ରାୟ ୭ କୋଟି ଟଙ୍କାର ତମାଖୁଜାତ ସାମଗ୍ରୀ ରାଜ୍ୟକୁ ଆସିଥିବା ନେଇ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ଏତେ ବଡ଼ ପରିମାଣର ତମାଖୁ କାରୋବାର ଓ ଏଥିରୁ ମିଳୁଥିବା ରାଜସ୍ୱକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। Post navigation Odisha Vigilance Action: ଗତ ୨ ବର୍ଷରେ ୨୪୦ ଲାଞ୍ଚୁଆ ସରକାରୀ ବାବୁଙ୍କ ନାଁରେ ହୋଇଛି ଭିଜିଲାନ୍ସ ମାମଲା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ