ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ଥିବା ୧୨ ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆହୁରି ୬ ଜଣଙ୍କ ନାମ ବାକି ଅଛି । ତେବେ ଆଜି ଘୋଷଣା ହୋଇଥିବା ୬ଟି ଆସନରୁ କାକଟପୁର ପାଇଁ ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ ଦେଇଛି । ତୁଷାରକାନ୍ତିଙ୍କୁ ଟିକେଟ ଦିଆଯିବା ପରେ କାକଟପୁରରରୁ ଟିକେଟ ଆଶାୟୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଅସନ୍ତୋଷ ଝାଡ଼ିଛନ୍ତି । ସେ କହିଛନ୍ତି ଯେ ଆଜି କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି । ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି, ସେ ଭୁବନେଶ୍ୱରରେ ରୁହନ୍ତି । ଲୋକଙ୍କ ସୁଖଦୁଃଖରେ ସେ ନଥାନ୍ତି । ଲୋକେ ତାଙ୍କୁ ଦେଖିବାକୁ ପାଆନ୍ତିନି । ୨୦୧୯ରେ ଟିକେଟ ନପାଇ ବି ମୁଁ ଦଳ ସହ ରହିଛି । ଅନ୍ୟ ଦଳରୁ ଅଫର ଥିଲେ ବି ମୁଁ ବିଜେଡି ପାଇଁ କାମ କରୁଥିଲି । ଦଳ ଆଜି ଅବିଚାର କରିଛି । ଲୋକଙ୍କୁ ପଚାରି ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସୁରେନ୍ଦ୍ର ସେଠୀ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *