ଭୁବନେଶ୍ବର : ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ତାତି। ମରୁ ରାଜ୍ୟ ରାଜସ୍ଥାନକୁ ଅତିକ୍ରମ କରିଛି ଓଡ଼ିଶାରେ ତାପମାତ୍ରା। ଗତକାଲି ବଣଜଙ୍ଗଲ ଘେରା ଅଞ୍ଚଳ ବାରିପଦା ୪୪.୬ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଓ ରାଜ୍ୟର ସବୁଠୁ ତତଲା ସହରର ମାନ୍ୟତା ପାଇଥିବା ବେଳେ ଓଡ଼ିଶାର ୩୦ ସହରରର ତାପମାତ୍ରା ୪୦ ଡିଗ୍ରୀ ବା ତହିଁରୁ ଉପରେ ରହିଥିଲା। ତେବେ ଆଜି ମଧ୍ୟ ସମାନ ସ୍ଥିତି ରହିଛି। ଆଜି ସକାଳୁ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥି ସହିତ ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *