ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଏହି ଖବର ନେଇ ସୁର କହିଛନ୍ତି ‘ ମୁଁ ଏହି ପଦକ୍ଷେପକୁ ହୃଦୟର ସହିତ ସ୍ବାଗତ କରୁଛି। ମୁଁ ଦଳ ପାଇଁ ପୂର୍ବପରି ନିଜର କାର୍ଯ୍ୟ ଜାରି ରଖିବି।

ମୁଁ ଜୀବନର ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ମୋ ପୁଅ ପାଇଁ ମତେ ଦଳରୁ ବହିଷ୍କୃତ କରାଯାଇଛି। ମୋ ନାମରେ ମିଥ୍ୟା ପ୍ରଚାର କରାଯାଇଛି। ଏନେଇ ମୁଁ ହାଇକମାଣ୍ଡଙ୍କ ପାଖକୁ ଯିବି ବୋଲି ସୁର କହିଛନ୍ତି।

ପୂର୍ବରୁ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର ପରେ ସୁରଙ୍କୁ କଂଗ୍ରେସରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଉତ୍ତର ରଖିଥିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ନେଇ ନୋଟିସ୍ ଜାରି କରିଥିଲା ଦଳ ।

ନୋଟିସ ପରେ ଉତ୍ତର ରଖିଥିଲେ ସୁର କହିଥିଲେ ଯେ, ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *