ନୂଆଦିଲ୍ଲୀ: ଜେଏମଏମ ନେତା ହେମନ୍ତ ସୋରେନଙ୍କ ଗିରଫଦାରୀ ମାମଲାକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଚ୍ୟାଲେଞ୍ଜ ଆବେଦନକୁ ସର୍ବୋଚ୍ଚ ଅଦାଲତ ମନା କରିବା ସହିତ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଜମି ଦୁର୍ନୀତି ସମ୍ପର୍କୀତ ମନି ଲଣ୍ଡ୍ରିଂ ମାମଲାରେ ବୁଧବାର ଇଡି, ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ସହିତ ଗରିଫ କରିଥିଲା । ପରେ ହେମନ୍ତ ସୋରେନ ଏହାକୁ ସୁଚିନ୍ତି ପ୍ଲାନ୍ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ଏହାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତା ।

ଶୁକ୍ରବାର ସୁପ୍ରିମକୋର୍ଟରେ ହେମନ୍ତ ସୋରେନଙ୍କ ଚ୍ୟାଲେଞ୍ଜ ଆବେଦନର ଶୁଣାଣି ହୋଇଛି । ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଜଷ୍ଟିସ୍ ଏମଏମ ସୁରେଶ ଏବଂ ବେଲା ଏମ. ତ୍ରିବେଦୀଙ୍କ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କାହିଁକି ହାଇକୋର୍ଟରେ ଆବେଦନ କଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ସୁପ୍ରିମକୋର୍ଟରେ ହେମନ୍ତ ସୋରେନଙ୍କ ପକ୍ଷ ରଖୁଥିଲା ବରିଷ୍ଠ ଆଇନଜୀବୀ କପିଲ୍ ଶିବଲ୍ । ସର୍ବୋଚ୍ଚ ଅଦାଲତ ବାରମ୍ବାର ହାଇକୋର୍ଟ କାହିଁକି ଗଲେନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ଶିବଲ୍ କହିଥିଲେ, ଆମେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହୁଛୁ, ଯାହାକୁ ଇଡି ଗିରଫ କରିଛି । ନିର୍ବାଚନ ଆଗକୁ ଥିବାରୁ ଏହା ରାଜନୀତି ମହଲରେ ଖରାପ ପ୍ରଭାବ ପକାଉଛି । ଏହା ଉପରେ କୋର୍ଟ ସମସ୍ତଙ୍କ ପାଇଁ ବୋଲି ଖଣ୍ଡପୀଠ କହିଥିଲେ । ହାଇକୋର୍ଟ ସମ୍ବିଧାନିକ ନ୍ୟାୟଳୟ । ଯଦି ଆମେ ଜଣଙ୍କୁ ଅନୁମତି ଦେବୁ ତାହାଲେ ସମସ୍ତଙ୍କୁ ଶୁଣିବାକୁ ପଡ଼ିବ । ଜଷ୍ଟିସ୍ ଖାନା କହିଥିଲେ, ଆମେ ଜାଣିଛୁ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *