ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଆଜି ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ। ତାଙ୍କ ସହ କଂଗ୍ରେସ ବିଧାୟକ ଅଲଗିର ଆଲାମ ଏବଂ ଆରଜେଡି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅନ୍ୟପଟେ ଶୁକ୍ରବାର ସୁପ୍ରିମ୍ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଥିଲେ। ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଜମି ଦୁର୍ନୀତି ମାମଲାରେ ଫସିବା ପରେ ଇଡି ବୁଧବାର ତାଙ୍କୁ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି । ୫ଦିନିଆ ରିମାଣ୍ଡରେ ଗଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଇଡି ଦ୍ୱାରା ଗିରଫ ହୋଇଥିବା ଜେଏମଏମ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ୫ ଦିନିଆ ହେପାଜତକୁ ନେଇଛି ଇଡି । ସୋରେନଙ୍କୁ ଜାନୁଆରୀ ୩୧ରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଜମି ଦୁର୍ନୀତି ସଂପର୍କୀତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରାଯାଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *