କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଆକ୍ରମଣ କରିଛନ୍ତି ।  ଲୋକସଭା ନିର୍ବାନରେ କଂଗ୍ରେସ ୪୦ଟି ଆସନ ବି ଜିତି ପାରିବ କି ନା ମୋର ସନ୍ଦେହ ହେଉଛି ବୋଲି ମମତା ବାନାର୍ଜୀ କହିଛନ୍ତି।

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ମମତା ବାନାର୍ଜୀ କହିଛନ୍ତି “୩୦୦ ଆସନରୁ ଆପଣ ୪୦ ଆସନ ଜିତି ପାରିବେ କି ନାଁ ମୁଁ ଜାଣି ନାହିଁ। ଏତେ ଘମଣ୍ଡ କାହିଁକି ? ଆମେ ଇଣ୍ଡିଆ ମେଣ୍ଟରେ ରହିଛନ୍ତି। ଆପଣ ବେଙ୍ଗଲ ଆସିଲେ। ଅନ୍ତତପକ୍ଷେ ମୋତେ ଜଣାଇଥନ୍ତେ। ମୋତେ ପ୍ରଶାସନ ପକ୍ଷରୁ ସୂଚନା ମିଳିଲା। ଯଦି ଆପଣଙ୍କ ଠାରେ ସାହସ ଅଛି ତେବେ ବିଜେପିକୁ ବାରାଣସୀରେ ପରାସ୍ତ କରି ଦେଖାନ୍ତୁ। ଆପଣ ଯେଉଁ ଆସନରୁ ପୂର୍ବରୁ ନିର୍ବାଚନ ଜିତୁଥିଲେ ସେହି ଆସନ ହାରିଯାଉଛନ୍ତି।”

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *