ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ନେଇ ଚାଲିଥିବା ରାଜନୀତି ଉପରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ ଚମ୍ପଇ ସୋରେନ ଏବଂ ଆଲାମଗିର ଆଲାମଙ୍କୁ ରାଜ ଭବନ ଡାକିଥିଲେ। ଏହା ପରେ ରାଜ୍ୟପାଳ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଏନେଇ କୁହାଯାଉଛି ଯେ ଚମ୍ପଇ ସୋରେନ ଆଜି ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ହେବ।

ଏହା ପୂର୍ବରୁ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ ଅନେକ ଆଲୋଚନା ହେଉଥିଲା। ​​କାରଣ ୨ ଥର ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଚମ୍ପଇ ସୋରେନ ଭେଟିବା ସତ୍ତ୍ୱେ ତାଙ୍କୁ ଶପଥ ନେବା ପାଇଁ ରାଜଭବନ ପକ୍ଷରୁ କୌଣସି ସମୟ ଦିଆଯାଇ ନଥିଲା। ହେଲେ ବର୍ତ୍ତମାନ ରାଜ୍ୟପାଳ କହିଛନ୍ତି ଯେ ସେ ଯେକୌଣସି ସମୟରେ ଶପଥ ନେଇପାରିବେ। ଆଜି ଚମ୍ପଇ ସୋରେନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *