ଆଜି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ।

ଗତକାଲି ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ , ଘସିପୁରରାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି। । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଲଢ଼ିବା ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

କିନ୍ତୁ ଆଜି ବିଜେପି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଘସିପୁରାରୁ ଦଳ ଶମ୍ଭୁନାଥ ରାଉତଙ୍କୁ ଦଳ ପ୍ରାର୍ଥୀ କରିଛି । ଏଥିରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ କଣ ନିର୍ବାଚନ ଲଢ଼ିବେନି ସୌମ୍ୟରଞ୍ଜନ ପଟ୍ଟନାୟକ ?

Leave a Reply

Your email address will not be published. Required fields are marked *