ବିଜେଡି ଗଡରେ ବିଜୟୀ ହେଲା ବିଜେପି । ଦିଗପହଣ୍ଡିରେ ଜିତିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇ ଜିତିଛନ୍ତି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ।

କହିରଖୁଛୁ ଯେ, ବିପ୍ଲବ ପାତ୍ର ହେଉଛନ୍ତି ବିଜେଡିର ପୁରୁଖା ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ବିଜେଡି ତାଙ୍କୁ ଟିକେଟ୍ ଦେଇଥିବାବେଳେ ସାମ୍ନାରେ ଥିଲେ ଶଙ୍ଖ ଛାଡି ପଦ୍ମ ଧରିଥିବା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି ।ତେବେ ନେତା-ଅଭିନେତା ଲଢେଇରେ ଜନତା ଅଭିନେତାଙ୍କୁ ସମର୍ଥନ ଦେଇଛନ୍ତି ଏବଂ ସିଦ୍ଧାନ୍ତଙ୍କୁ ଜିତାଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *