ବିଜେପି ଲୋକ ସଭା ପ୍ରାର୍ଥୀ ଆପାରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ବିଜୟୀ। ଭୁବନେଶ୍ୱରରେ ଗଡ଼ ବଞ୍ଚାଇ ରଖିଲେ ଅପରାଜିତା ଷଡ଼ଙ୍ଗୀ । ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ଭୁବନେଶ୍ୱରରେ ବାଜି ମାରିନେଇଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ।ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜୟ ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କଲେ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନିଷ୍ଠାର ସହ କାମ କରିଥିଲି, ଆଗକୁ ବି ଲୋକଙ୍କ ସେବାରେ କାମ କରିବି।

Leave a Reply

Your email address will not be published. Required fields are marked *