ନୀଳଗିରି; ସବୁ ଅପେକ୍ଷାର ଅନ୍ତ ଘଟାଇ ବିଜେଡି ଆଜି ମଧ୍ୟାହ୍ନରେ ୩ଟି ଆସନ ପାଇଁ ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା ।ଏଥିରେ ନୀଳଗିରି ବିଧାୟକ ପାର୍ଥୀ ଘୋଷଣା ହୋଇଛି । ହେଲେ ନିରାଶ ହୋଇଛନ୍ତି ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲ୍ଲା ବିଜେଡି ଉପ-ସଭାପତି ସନ୍ତୋଷ ଖଟୁଆ। ତେବେ ଏହି ପ୍ରାର୍ଥୀ ଘୋଷଣା ପରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ନିଜ ସମର୍ଥକଙ୍କ ସହ ଆଲୋଚନା କରି ଅନ୍ୟ ରାଜନୈତିକ ଦଳରେ ମିଶି ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ଖଟୁଆ କହିଛନ୍ତି। ତେଣୁ ବିଜେଡିକୁ ଲାଗିଛି ଆଉ ଏକ ବଡ଼ ଝଟକା ।
ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ସନ୍ତୋଷ ଲେଖିଛନ୍ତି, ଗତ ମାସେ ହେବ ଦଳର କିଛି ନେତା ମୋ ବିରୋଧରେ ଭୁଲ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ମଧ୍ୟ ମୁଁ ଦଳ ପାଇଁ ଦୃଢତାର ସହିତ କାମ କରି ଆସୁଥିଲି । କିନ୍ତୁ ଏବେ ଏହା ଅସହ୍ୟ ହେବାରୁ ଦଳ ଛାଡିଛି । ଶ୍ରୀ ଖଟୁଆଙ୍କ ସହ ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସମର୍ଥଙ୍କ ସହ ଆଲୋଚନା କରି ଅନ୍ୟଦଳରେ ମିଶି ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ଖଟୁଆ କହିଛନ୍ତି। ଗୋଟେପଟେ ଦେଖିବାକୁ ଗଲେ ନୀଳଗିରି ପାଇଁ ବିଜେପି ୟେ ଯାଏ ପ୍ରାର୍ଥୀ ଘୋଷଣା କରିନି।ତେଣୁ ଏଥିରୁ ଜଣାପଡ଼ୁଛି ଶ୍ରୀ ଖଟୁଆ ବିଜେପିରେ ମିଶି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

By SonaliP

Leave a Reply

Your email address will not be published. Required fields are marked *