ପୁରୀରେ ସମ୍ବିତ ପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଯାଇଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ଶୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ସମ୍ବିତ ପାତ୍ର । ସାଥୀରେ ଥିଲେ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

ପୁରୀ ଉତ୍ତରା ଛକ ମା’ ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପୁରୀରେ ଗୁଣ୍ଡିଚା ମନ୍ଦିର ଠାରୁ ଯାଇ ଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମ୍ବିତ।

ପୁରୀ ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଗତ ନିର୍ବାଚନରେ ହାରିଥିଲେ ବି ସେ ଗତ ୫ବର୍ଷରେ ପୁରୀ ସଂସଦୀୟ କ୍ଷେତ୍ର‌ ଅଞ୍ଚଳର ବିକାଶ ପାଇଁ କ’ଣ କ’ଣ କରିଛନ୍ତି ତା’ର ଏକ ରିପୋର୍ଟ କାର୍ଡ ଜାରି କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ପୁରୀ ଲୋକସଭା ବାସୀଙ୍କ ସେବାରେ ଡ. ସମ୍ବିତ ପାତ୍ରଙ୍କ ୫ ବର୍ଷ’ ଶୀର୍ଷକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଥିଲା।

ତାଙ୍କ ରିପୋର୍ଟ କାର୍ଡରେ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର, ପୁରୀ ଲୋକସଭା କ୍ଷେତ୍ର ଅଞ୍ଚଳରେ ରାସ୍ତା ଓ ରେଳସେବାର ବିକାଶ, ଦିବ୍ୟାଙ୍ଗଙ୍କ ସାମାଜିକ ଉତ୍‌ଥାନ, ଡାକସେବା କାର୍ଯ୍ୟା‌ଳୟ ଖୋଲିବା ପାଇଁ ଉଦ୍ୟମ, କୃଷକଙ୍କ ଆର୍ଥିକ ବିକାଶ, ସେବାକାର୍ଯ୍ୟ, ଜନତାଙ୍କ ସହ ସିଧା ସମ୍ବାଦ ଜରିଆରେ ପୁରୀ ଲୋକସଭାବାସୀଙ୍କ ସମସ୍ୟାର ସମାଧାନ, ଚିଲିକା ମୁହାଣରେ ଆଲୋକୀକରଣ, ବୁଣାକାରଙ୍କ ବିକାଶ, ନିରନ୍ତର ସଂସ୍କୃତି ପ୍ରବାହ ପାଇଁ ଆର୍ଥିକ ସହଯୋଗ, ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ, ମାତୃଶକ୍ତି ସଶକ୍ତୀକରଣ ଏବଂ ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ପ୍ରୟାସ ଆଦି ବିଷୟରେ ଉଲ୍ଲେଖ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *