ରାଉରକେଲା: ହଜାର ହଜାର ଶୁଭେଛୁ ଓ ସମର୍ଥକଙ୍କ ଗହଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିଜେପିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ରାଉରକେଲାରୁ ଦିଲ୍ଲୀପ ୧୯୮୫ ଓ ୧୯୯୦  ମସିହାରେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ ।ଦିଲୀପ ରାୟ ବିଜୁ ବାବୁଙ୍କ ମାନସ ପୁତ୍ର ଥିଲେ । ବିଜୁ ପଟ୍ଟନାୟକ କ୍ୟାବିନେଟରେ ସେ ଶିଳ୍ପମନ୍ତ୍ରୀ ଥିଲେ । ବିଜୁ ବାବୁଙ୍କ ଶେଷ ସମୟ ଦିଲୀପ ରାୟଙ୍କ ସହ କଟିଥିଲା ।

ସେ ୧୯୯୬ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ |ସେ ଲଗାତାର ଭାବେ ଦୁଇ ଦୁଇ ଥର ଗୃହର ସଦସ୍ୟ ରହିଥିଲେ । ସେ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ ମଧ୍ୟ ସେ ରାଜ୍ୟସଭା ସଦସ୍ୟ ଥିଲେ ।

ପରବର୍ତ୍ତୀ ସମୟରେ ଦିଲ୍ଲୀପ ରାୟ ବିଜେପିରେ ଯୋଗ ଦେଇ ୨୦୧୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେ ୨୦୧୮ ମସିହାରୁ ସକ୍ରିୟ ରାଜନୀତିରୁ ଦୁରେଇ ରହିଥିଲେ । ଏଥର ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦିତା ହେବ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ସହ ତାଙ୍କର କଡା ଟକ୍କର ହେବ ।

କୁହାଯାଉଛି ଯେ ଏଥର ଦିଲ୍ଲୀପ ରାୟ ପୁଣିଥରେ ବିଧାନସଭାରେ ପ୍ରବେଶ କରିବେ ।ନିର୍ବାଚନ ରଣାଙ୍ଗନରେ ତାଙ୍କ ଉପସ୍ଥିତି ବିଜେପିର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ମଧ୍ୟ ସହାୟକ ହେବ ବୋଲି ଆକଳନ କରାଯାଉଛି ।

By SonaliP

Leave a Reply

Your email address will not be published. Required fields are marked *