Darshan of Lord Jagannath at Puri Srimandir Closed for 5 Hours Today

ଆଜି ସେବକଙ୍କ ମଧ୍ୟରେ ବିବାଦ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଳମ୍ବରେ ଚାଲିଛି ନୀତି। ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ବେଳେ ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି। ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁଁ ଆଜି ସକାଳେ ନୀତିକାନ୍ତି ମଙ୍ଗଳ ଆଳତି ୪ ଘଣ୍ଟା ବିଳମ୍ବରେ ଚାଲିଥିବା ଜଣାଯାଇଛି।

ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ରାତି ସମୟରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା । ଫଳରେ ମହାପ୍ରଭୁଙ୍କ ବିବାହ ପାଇଁ ଆବଶ୍ୟକ ନୀତି ହୋଇ ପାରିନଥିଲା। ଆଜି ସକାଳୁ ଏହି ନୀତି କରାଯାଉଛି । ଫଳରେ ଆଜି ଦ୍ୱାଦଶୀରେ ନୀତିକାନ୍ତିରେ ବିଳମ୍ବ ହେଉଛି। ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *