ଆସନ୍ତାକାଲି ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ଦିବ୍ୟ ସ୍ନାନ ଲୀଳା ଏବଂ ଗଜାନନ ବେଶରେ ଦର୍ଶନ ଦେବେ । ସ୍ନାନଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ଭକ୍ତ ଓ ପର୍ଯ୍ୟଟକମାନେ ପୋଲିସ, ଲାଇଫଗାର୍ଡ ଓ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶକୁ ପାଳନ କରବାକୁ ଅପିଲ କରିଛି ପୁରୀ ପୋଲିସ ।

କେବଳ ନିର୍ଦ୍ଧାରିତ ସୁରକ୍ଷିତ ଅଞ୍ଚଳରେ ସମୁଦ୍ର ସ୍ନାନ କରିବାକୁ ପରାମର୍ଶ ଦିଆଯାଇଛି । ଛୋଟ ଶିଶୁମାନଙ୍କୁ ନିଜ ନଜରରେ ରଖନ୍ତୁ । ନିଜ ସାମଗ୍ରୀ ପ୍ରତି ସଚେତନ ରୁହନ୍ତୁ । ହାଲୁକା ପୋଷାକ ପିନ୍ଧନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍ ରଖନ୍ତୁ । ଜରୁରୀ ସହାୟତା ପାଇଁ ୧୧୨ କିମ୍ବା ଟୁରିଷ୍ଟ ହେଲ୍ପଲାଇନ ୬୩୭୦୯୬୭୧୦୦ ସହ ଯୋଗାଯୋଗ କରନ୍ତୁ ।

ସେହିପରି ଭକ୍ତମାନଙ୍କ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ ଲକର ବା ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି । ମନ୍ଦିର ଅଫିସ ପଛପଟ, ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାର, ସୂର୍ଯ୍ୟ କମ୍ପ୍ଲେକ୍ସ, ମରିଚିକୋଟ ଛକ, ଟାଉନ ଥାନା, ମାର୍କେଟ ଛକରେ ଲକର ବ୍ୟବସ୍ଥା ହୋଇଛି । ପୁରୀ ପୋଲିସର WhatsApp Chatbot ନମ୍ବର ୮୭୬୩୧୯୯୪୦୦ ରେ ମଧ୍ୟ ସହାୟତା ମିଳିପାରିବ ।

Leave a Reply

Your email address will not be published. Required fields are marked *