ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ପୁରୀ ବାଣ ମୃତ୍ୟସଂଖ୍ୟାରେ ଲାଗୁନି ବ୍ରେକ୍ । ୪ ଦିନ ଭିତରେ ୧୩ ଜଣଙ୍କ ଜୀବନ ଗଲାଣି । ଏବେବି ୧୭ ଜଣ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜି ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଅଟକ ରଖିଥିଲେ ବି, ଏଯାଏଁ କାହାକୁ ଗିରଫ କରାଯାଇନି। ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ। ବାଣ ବିସ୍ଫୋରଣ ଘଟଣାରେ ନିମାପଡ଼ା ଚାରିଛକ ଅଞ୍ଚଳର ଜଣେ ବାଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ବାଣ ବ୍ୟବସାୟୀକୁ ଅଟକ ରଖି ପୁରୀ ପୋଲିସର ପଚରାଉଚରା କରୁଛି ।ଏଯାବତ ବାଣ ବିସ୍ଫୋରଣ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି । ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

 

 

 

By SonaliP

Leave a Reply

Your email address will not be published. Required fields are marked *