ଶ୍ରୀମନ୍ଦିରରେ ଆସନ୍ତାକାଲି ପାଳିତ ହେବ ପବିତ୍ର ବାମନ ଜନ୍ମ ନୀତି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାମନ ରୂପରେ ଆବିର୍ଭାବ ନୀତି ସ୍ୱତନ୍ତ୍ର ବିଧିବିଧାନରେ ଅନୁଷ୍ଠିତ ହେବ। ଏହି ବିଶେଷ ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନରେ କଟକଣା ଲାଗୁ ହେବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, କାଲି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ନୀତି ପରେ ଏହି କଟକଣା ଲାଗୁ କରାଯିବ। ବାମନ ଜନ୍ମ ନୀତି ସମ୍ପନ୍ନ ହେବା ପରେ ପୁଣି ସାଧାରଣ ଦର୍ଶନ ସ୍ୱାଭାବିକ ହେବ। Post navigation President Droupadi Murmu to Visit Odisha: ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 40 साल बाद एसएफआई के गढ़ में एबीवीपी का कब्जा, केरल के त्रिपुनिथुरा कॉलेज की सभी सीटें जीतीं