President's address on 2nd Anniversary Celebrations of BJP's Govt in Odisha
ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ ଦେଇ ପାହାଡ଼ପୁର, ରାଇରଙ୍ଗପୁରକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ଦେଶ ପ୍ରତି ଥିବା ନିଜର ଭଲପାଇବା ପାଇଁ ଧନ୍ୟବାଦ ଜଣାଇଥିଲେ ।
 
ଓଡ଼ିଶା ପାଇଁ ଆଜି ଅନେକ ଉନ୍ନତି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି । ସେଥିମଧ୍ୟରୁ ମୟୂରଭଞ୍ଜ ପାଇଁ ଥିବା ବିକାଶ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ସାମିଲ ।ରାଷ୍ଟ୍ରପତି କହିଲେ, ପ୍ରଧାନମନ୍ତ୍ରୀଙ୍କ ମୋ ଛୋଟ ଗାଁକୁ ଆସିବା ମାଟି ପ୍ରତି ତାଙ୍କର ମୋହକୁ ପ୍ରମାଣ କରୁଛି । ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା ଓ ସୁବିଧା ପ୍ରଦାନ କରିଛନ୍ତି, ଯାହାଦ୍ବାରା ସ୍ଥାନୀୟ ଜନଜାତି ଲୋକେ ବେଶ୍ ଉପକୃତ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି ।
 
ଯେଉଁସ୍ତରକୁ ଗଲେ ବି ସେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ।ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇ ସେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଧରି ଶାସନ କରିବା ନେଇ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ଭାରତର ସମ୍ମାନ ବଢ଼ିଛି ବୋଲି ରାଷ୍ଟ୍ରପତି କହିଥିଲେ ।
 
କୋଭିଡ ମହାମାରୀ ସମୟରେ ସାରା ବିଶ୍ୱକୁ ଟୀକା ପ୍ରଦାନ କରି ଭାରତ ଏକ ଆଦର୍ଶ ସ୍ଥାପନ କରିଛି ବୋଲି ରାଷ୍ଟ୍ରପତି କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ରାଷ୍ଟ୍ରପତି କହିଥିଲେ, ତାଙ୍କ ନେତୃତ୍ବରେ ରାଜ୍ୟକୁ ବହୁ ପୁଞ୍ଜି ଆସିଛି ଏବଂ ସମସ୍ତ ବର୍ଗର ଲୋକଙ୍କ ବିକାଶ ପାଇଁ ସେ ନିରନ୍ତର ଉଦ୍ୟମ କରୁଛନ୍ତି । ଜନଜାତି ଲୋକଙ୍କ ଜୀବନଶୈଳୀକୁ ସମସ୍ତେ ଅନୁସରଣ କରିବା ଉଚିତ ବୋଲି ସେ ମତ ରଖିଥିଲେ ।

By Nirvay

Leave a Reply

Your email address will not be published. Required fields are marked *